ମନୁ ଭାକର
ମନୁ ଭାକର ଜଣେ ଭାରତୀୟ ବନ୍ଧୁକ ଚାଳିକା । ସେ ୨୦୧୮ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଆଇ.ଏସ୍.ଏସ୍.ଏଫ୍. ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି । ସେ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା, ଗୋଲ୍ଡକୋଷ୍ଟରେ ୧୬ ବର୍ଷ ବୟସରେ ୧୦ମି ଏଅର ପିସ୍ତଲର ମହିଳା ସ୍ପର୍ଦ୍ଧାରେ ସ୍ୱର୍ଣ୍ନ ପଦକ ଜିତିଥିଲେ ।[୧][୨]
ବ୍ୟକ୍ତିଗତ ତଥ୍ୟ | |||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ପୂରା ନାମ | ମନୁ ରାମ କିଷନ ଭାକର | ||||||||||||||||||||
ଜନ୍ମ | ଗୋରିଆ, ଝାଜ୍ଜର, ହରିୟାଣା, ଭାରତ | ୧୮ ଫେବୃଆରୀ ୨୦୦୨||||||||||||||||||||
ଶିକ୍ଷାଳୟ | ୟୁନିଭର୍ସାଲ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲ, ଝାଝର | ||||||||||||||||||||
ବୃତ୍ତି | ଖେଳାଳି (ବନ୍ଧୁକ ଚାଳନା) | ||||||||||||||||||||
ଉଚ୍ଚତା | ୧୬୩ ସେମି | ||||||||||||||||||||
ଓଜନ | ୫୨ କିଗ୍ରା | ||||||||||||||||||||
Medal record
|
ପ୍ରରମ୍ଭିକ ଜୀବନ
ସମ୍ପାଦନାଭାକର, ହରିଆଣା ରାଜ୍ୟର ଝଜ୍ଜର ଜିଲ୍ଲାରେ ଗୋରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ରାମକୃଷ୍ଣ ଭାକର, ମର୍ଚ୍ଚେଣ୍ଟ ନେଭିରେ ମୁଖ୍ୟ ଯନ୍ତ୍ରୀ ଭାବେ କାମ କରୁଥିଲେ । ୧୪ ବର୍ଷ ଯାଏଁ ଭାକର ଏକ ମଣିପୁରୀ ଯୁଦ୍ଧ କ୍ରୀଡା ହୁଏନ ଲାଙ୍ଗଲନ, ମୁଷ୍ଟିଯୁଦ୍ଧ ଓ ସ୍କେଟିଙ୍ଗ ଆଦି ଖେଳରେ ପୋଖତ ଥିଲେ ଓ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଏହି ସ୍ପର୍ଦ୍ଧାରେ ଅନେକ ପଦକ ମଧ୍ୟ ଜିତିଥିଲେ ।[୩]
ବୃତ୍ତି
ସମ୍ପାଦନାନିଜ ବାପାଙ୍କର ₹୧୫୦୦୦୦ର ନିବେଶ ସାହାଯ୍ୟରେ , ଭାକର ପ୍ରତିଯୋଗିତାମୂଳକ ବନ୍ଧୁକଚାଳନାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ । ୨୦୧୭ ଏସୀୟ ଜୁନିଅର ଖେଳ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ସେ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ସଫଳତାର ସ୍ୱାଦ ଚାଖିଥିଲେ । ୨୦୧୭ରେ କେରଳରେ ହେଇଥିବା ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାକର ୯ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ[୪] ଓ ଆଗରୁ ଅନେକ ବିଶ୍ୱକପ ପଦକ ଜିତିଥିବା ହିନା ସିଦ୍ଧୁଙ୍କୁ ହରେଇଥିଲେ ଏବଂ ସିଦ୍ଧୁଙ୍କ ୨୪୦.୮ ପଏଣ୍ଟର ରେକର୍ଡକୁ ଭାଙ୍ଗି ଫାଇନାଲରେ ୨୪୨.୩ ପଏଣ୍ଟ ସ୍କୋର କରିଥିଲେ ।
୨୦୧୮ରେ ଆନ୍ତର୍ଜାତୀୟ ବନ୍ଧୁକ ଚାଳନା ସଙ୍ଗଠନ ତରଫରୁ ବିଶ୍ୱ କପ ଗୁଆଡାଲାରଜା, ମେକ୍ସିକୋଠାରେ ଅନୁଷ୍ଠିତ ହେଇଥିଲା । ଦୁଇଥରର ବିଜେତା ମେକ୍ସିକୋର ଆଲେଜାଣ୍ଡ୍ରା ଜାୱାଲାଙ୍କୁ ହରେଇ ଭାକର ୧୦ମି ଏଅର ପିସ୍ତଲର ମହିଳା ସ୍ପର୍ଦ୍ଧାରେ ଭାକର ସ୍ୱର୍ଣ୍ଣ ପଦକ ଜିତିଥିଲେ । ଫାଇନାଲରେ ଜାୱାଲା ୨୩୭.୧ ସ୍କୋର କରିଥିଲେ ଜାହାଙ୍କୁ ଟପିକରି ଭାକର ୨୩୭.୫ ସ୍କୋର କରିଥିଲେ।[୫] ୧୬ ବର୍ଷ ବୟସରେ ସ୍ୱର୍ଣ୍ଣ ପଦକ ଜିତି ଯେକୌଣସି ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିବାରେ କନିଷ୍ଠତମ ଭାରତୀୟ ହେଇଥିଲେ ।[୬][୭]
ଭାକର ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ବିଶ୍ୱକପରେ ୧୦ମି ଏଅର ପିସ୍ତୋଲର ଦଳଗତ ସ୍ପର୍ଦ୍ଧାରେ ଜିତିଥିଲେ । ତାଙ୍କ ସହଯୋଗୀ ଓମ ପ୍ରକାଶ ମିଥରଭଲ ଥିଲେ । ଏହି ଯୋଡି ୪୭୫.୨ ପଏଣ୍ଟ ସ୍କୋର କରିଥିବା ସାନ୍ଦ୍ରା ରେଇଜ ଓ କ୍ରିଷ୍ଟିଆନ ରେଇଜ ଜୋଡିଙ୍କୁ ହରେଇ ୪୭୬.୧ ପଏଣ୍ଟ ସ୍କୋର କରିଥିଲେ ।[୮][୯][୧୦][୧୧]
୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାକର ୧୦ମି ଏଅର ପିସ୍ତୋଲର ମହିଳା ସ୍ପର୍ଦ୍ଧାରେ ପ୍ରାଥମିକ ସ୍ତରରେ ୩୮୮/୪୦୦ ପଏଣ୍ଟ ସ୍କୋର କରି ଫାଇନାଲ ଖେଳିବା ପାଇଁ ଉତ୍ତୀର୍ଣ୍ଣ ହେଇଥିଲେ ।ମହିଳା ୧୦ମି ଏଅର ପିସ୍��ୋଲ ସ୍ପର୍ଦ୍ଧାର ଫାଇନାଲ ରାଉଣ୍ଡରେ ୨୪୦୯ ପଏଣ୍ଟ ସ୍କୋର କରି ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ ରାଜ୍ୟଗୋଷ୍ଠୀ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧୨][୧୩][୧୪]
୨୦୨୦ ଟୋକିଓ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା । ଏହି ପ୍ରତିଯୋଗୀତାରେ ତାଙ୍କ ପିଷ୍ଟଲ ଭାଙ୍ଗିଯାଇଥିଲା । ସେ ୧୦ମି ଏୟାର ପିଷ୍ଟଲ ସ୍ପର୍ଦ୍ଧାରେ ୧୨ଶ, ୨୫ମି ଏୟାର ପିଷ୍ଟଲ ସ୍ପର୍ଦ୍ଧାରେ ୧୫ଶ ଓ ୧୦ମି ଏୟାର ପିଷ୍ଟଲ ଦଳଗତ ସ୍ପର୍ଦ୍ଧାରେ ୭ମ ସ୍ଥାନରେ ରହିଥିଲେ ।[୧୫]
୨୦୨୧ ମସିହାରେ ଆଇ.ଏସ୍.ଏସ୍.ଏଫ୍. ଜୁନିୟର ବିଶ୍ୱ ଚାମ୍ପିୟନସିପରେ ସେ ୪ଟି ସ୍ୱର୍ଣ୍ଣ ଓ ୧ଟି ବ୍ରୋଞ୍ଜ ପଦକ ଜିତିଥିଲେ ।[୧୬]
ଆଧାର
ସମ୍ପାଦନା- ↑ CNN, Chris Scott,. "16-year-old breaks Commonwealth Games record to win shooting gold for India". CNN. Retrieved 2018-04-09.
{{cite news}}
:|last=
has generic name (help)CS1 maint: extra punctuation (link) CS1 maint: multiple names: authors list (link) - ↑ "Bindra: Manu's talented but it will get tougher for her". ESPN. Retrieved 2018-04-09.
- ↑ "Manu Bhaker, jack of all trades but master of one, wins 10m pistol gold at World Cup". The Indian Express (in ଆମେରିକୀୟ ଇଂରାଜୀ). 2018-03-06. Retrieved 2018-03-10.
- ↑ "Manu Bhaker picks up ninth gold at National Shooting Championship". The Times of India. Retrieved 2018-03-30.
- ↑ "Manu Bhaker, 16-year-old from Haryana, wins 2nd gold at ISSF shooting World Cup". Hindustan Times (in ଇଂରାଜୀ). 2018-03-06. Retrieved 2018-03-10.
- ↑ "Haryana shooter creates history, is youngest Indian to win World Cup gold ►". The Times of India. Retrieved 2018-03-10.
- ↑ "Who is Manu Bhaker? Meet 16-year-old Indian shooter who created history by winning second gold in World Cup". The Financial Express (in ଆମେରିକୀୟ ଇଂରାଜୀ). 2018-03-06. Retrieved 2018-03-16.
- ↑ "India's gold rush continues as Manu Bhaker, Om Prakash Mitharval finish first in 10m Air Pistol mixed team final". The Indian Express (in ଆମେରିକୀୟ ଇଂରାଜୀ). 2018-03-06. Retrieved 2018-03-10.
- ↑ "ISSF World Cup: 16-year-old Manu Bhaker wins gold in women's pistol event" (in ଆମେରିକୀୟ ଇଂରାଜୀ). 2018-03-05. Retrieved 2018-03-10.
- ↑ "Manu Bhaker shoots gold in Women's 10m Air Pistol – Times of India ►". The Times of India. Retrieved 2018-03-06.
- ↑ "Manu Bhaker wins second gold at Shooting World Cup". The Times of India. Retrieved 2018-03-06.
- ↑ "CWG 2018: On debut, teenaged Manu Bhaker shoots gold, Heena Sindhu silver". The Times of India. Retrieved 2018-04-09.
- ↑ "Commonwealth Games 2018: Superwomen Manu Bhaker, Punam Yadav, Manika Batra lead charge as India end Day 4 on a high". www.firstpost.com. Retrieved 2018-04-09.
- ↑ NDTVSports.com. "Commonwealth Games 2018: Manu Bhaker, 16, Shatters Games Record To Clinch Gold, Heena Sidhu Bags Silver – NDTV Sports". NDTVSports.com (in ଇଂରାଜୀ). Retrieved 2018-04-09.
- ↑ "Manu Bhaker 'heartbreaking' departure from Tokyo Olympics https://thebridge.in/shooting/manu-bhaker-shooting-struggle-final-tokyo-olympics-23776". www.thebridge.in. the bridge. Archived from the original on 8 October 2021. Retrieved 8 October 2021.
{{cite web}}
: External link in
(help)|title=
- ↑ "Manu Bhaker, Naamya Kapoor and Rhythm Sangwan Strike Gold at Junior Shooting Worlds". www.news18.com. news18. Archived from the original on 8 October 2021. Retrieved 8 October 2021.