Jump to content

ପୂଜା (ଉପାସନା)

ଉଇକିପିଡ଼ିଆ‌ରୁ
୦୫:୪୭, ୯ ଅକ୍ଟୋବର ୨୦୨୩ ବେଳେ InternetArchiveBot (ଆଲୋଚନା | ଅବଦାନ) (Rescuing 1 sources and tagging 0 as dead.) #IABot (v2.0.9.5) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)

ହିନ୍ଦୁ ପୂଜାବିଧି ସାଧାରଣତଃ ପଞ୍ଚୋପଚାର ଓ ଷୋଡ଼ଶୋପଚାରରେ କରାଯାଇଥାଏ ଓ ବିଶେଷ ପୂଜା ଉପଲକ୍ଷେ ୧୮ ଓ ୩୬ ଉପଚାରଦ୍ୱାରା ପୂଜା କରାଯାଇଥାଏ । ତାନ୍ତ୍ରିକମାନେ ୬୪ ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି ।

ପଞ୍ଚୋପଚାର ବିଧି (୫ ଉପଚାର ବିଧି)[ସମ୍ପାଦନା]

ଏଥିରେ ପାଞ୍ଚଟି ସୋପାନରେ ପୂଜାବିଧି ସମ୍ପୂର୍ଣ୍ଣ ହୋଇଥାଏ ।[୧]

  1. ଗନ୍ଧ: ଚନ୍ଦନ ପ୍ରଦାନ କରିବା
  2. ପୁଷ୍ପ: ଫୁଲ ଅର୍ପଣ କରିବା (ପ୍ରତ୍ୟେକ ଦେବତାଙ୍କୁ କେତେକ ନିର୍ଦ୍ଦିଷ୍ଟ ଫୁଲ ଦିଆଯାଏ ।)
  3. ଧୂପ: ଧୂପକାଠି ଓ ଝୁଣା ଇତ୍ୟାଦି ପଦାର୍ଥର ଧୂଆଁ ଦେବା
  4. ଦୀପ: ଦୀପ ପ୍ରଜ୍ଜ୍ୱଳନ କରିବା
  5. ନୈବେଦ୍ୟ: ଖାଦ୍ୟପଦାର୍ଥ ଅର୍ପଣ କରିବା

ଦଶୋପଚାର ବିଧି (୧୦ ଉପଚାର ବିଧି)[ସମ୍ପାଦନା]

  1. ପାଦ୍ୟ
  2. ଅର୍ଘ୍ୟ
  3. ଆଚମନ
  4. ସ୍ନାନ
  5. ବସ୍ତ୍ର
  6. ଗନ୍ଧ
  7. ପୁଷ୍ପ
  8. ଧୂପ
  9. ଦୀପ
  10. ନୈବେଦ୍ୟ

ଷୋଡ଼ଶୋପଚାର ବିଧି (୧୬ ଉପଚାର ବିଧି)[୨][ସମ୍ପାଦନା]

  1. ଆସନ
  2. ସ୍ୱାଗତ
  3. ପାଦ୍ୟ
  4. ଅର୍ଘ୍ୟ
  5. ଆଚମନୀୟ
  6. ମଧୁପର୍କ (ମଧୁପର୍କ ମୁଦ୍ରା: ଦକ୍ଷିଣ ହସ୍ତର ମଧ୍ୟମା ଓ ଅନାମିକା ଅଗ୍ରରେ ବୁଢ଼ା ଆଙ୍ଗୁଠି ସଂଯୋଗ କରି ଅଧୋମୁଖ କରିବା)
  7. ପୁନରାଚମନୀୟ
  8. ସ୍ନାନ
  9. ବସନ
  10. ଆଭରଣ
  11. ଗନ୍ଧ
  12. ପୁଷ୍ପ
  13. ଧୂପ
  14. ଦୀପ
  15. ନୈବେଦ୍ୟ
  16. ମୁଖବାସ

ଅଷ୍ଟାଦଶୋପଚାର ବିଧି (୧୮ ଉପଚାର ବିଧି)[ସମ୍ପାଦନା]

  1. ଆସନ
  2. ସ୍ୱାଗତ
  3. ପାଦ୍ୟ ଓ ଅର୍ଘ୍ୟ
  4. ଆଚମନୀୟ
  5. ସ୍ନାନ
  6. ବସ୍ତ୍ର
  7. ଉପବୀତ/ ଯଜ୍ଞୋପବୀତ
  8. ଅଳଙ୍କାର (ଭୂଷଣ)
  9. ଗନ୍ଧ
  10. ପୁଷ୍ପ
  11. ଧୂପ
  12. ଦୀପ
  13. ନୈବେଦ୍ୟ
  14. ଦର୍ପଣ
  15. ପୁଷ୍ପମାଲ୍ୟ
  16. ଅନୁଲେପନ
  17. ନମସ୍କାର
  18. ଦେବବିସର୍ଜନ

ଷଡ଼ତ୍ରିଂଶୋପଚାର ବିଧି (୩୬ ଉପଚାର ବିଧି)[ସମ୍ପାଦନା]

  1. ଆସନ
  2. ଅଭ୍ୟଞ୍ଜନ (ତେଲ ଲଗାଇଦେବା)
  3. ଉଦ୍ୱର୍ତ୍ତନ
  4. ନିରୁକ୍ଷଣ
  5. ସମ୍ମାର୍ଜନ
  6. ସର୍ପି
  7. ସ୍ନାପନ
  8. ଆବାହନ
  9. ପାଦ୍ୟ
  10. ଅର୍ଘ୍ୟ
  11. ଆଚମନୀୟ
  12. ବସ୍ତ୍ର
  13. ଯଜ୍ଞୋପବୀତ
  14. ଅଳଙ୍କାର
  15. ଗନ୍ଧ
  16. ପୁଷ୍ପ
  17. ଧୂପ
  18. ଦୀପ
  19. ତାମ୍ବୁଳ
  20. ନୈବେଦ୍ୟ
  21. ପୁଷ୍ପମାଳ
  22. ଅନୁଲେପନ
  23. ଶଯ୍ୟା
  24. ଚାମର
  25. ବ୍ୟଜନ
  26. ଆଦର୍ଶ ଦର୍ଶନ
  27. ନମସ୍କାର
  28. ନର୍ତ୍ତନ
  29. ଗୀତ
  30. ବାଦ୍ୟ
  31. ଗାନ
  32. ସ୍ତୁତି
  33. ହୋମ
  34. ପ୍ରଦକ୍ଷିଣ
  35. ଦନ୍ତକାଷ୍ଠ (ଦାନ୍ତଖୁଣ୍ଟା) ପ୍ରଦାନ
  36. ଦେବବିସର୍ଜନ

ଚତୁଷଷ୍ଟି ଉପଚାର (୬୪ ଉପଚାର ବିଧି)[୩][ସମ୍ପାଦନା]

ତନ୍ତ୍ର ମତରେ ଦେବୀପୂଜାର ୬୪ ଗୋଟି ଉପଚାର ବା ଅଙ୍ଗ ଯଥା:

  1. ଆସନାରୋପଣ: ଆସନରେ ବସାଇବା
  2. ସୁଗନ୍ଧ ତୈଳାଭ୍ୟଙ୍ଗ: ଫୁଲରି ତେଲ ମାଲିଶ କରିବା
  3. ମଜ୍ଜନଶାଳା ପ୍ରବେଶନ: ଗାଧୁଆ ଘରକୁ ନେବା
  4. ମଜ୍ଜନମଣିପୀଠୋପବେଶନ: ଗାଧୁଆ ଘରେ ଚଉକିରେ ବସାଇବା
  5. ଦିବ୍ୟ ସ୍ନାନୀୟ: ବଟା ଗନ୍ଧଦ୍ରବ୍ୟ ବୋଳିବା
  6. ଉଦ୍ୱର୍ତ୍ତନ: ଗାତ୍ରମାର୍ଜନ; ଦେହ ଘଷିବା
  7. ଉଷ୍ଣୋଦକ ସ୍ନାନ: ଉଷୁମ ପାଣିରେ ଗାଧୋଇଦେବା
  8. କନକ କଳସସ୍ଥିତ ସକଳ ତୀର୍ଥ ଜଳାଭିଷେକ: ସୁନା କଳସରେ ଥିବା ତୀର୍ଥ ଜଳରେ ସ୍ନାନ କରାଇବା
  9. ଧୌତ ବସ୍ତ୍ର ପରିମାର୍ଜନ: ପାଲଟା ଲୁଗା ସଫା କରିବା
  10. ଅରୁଣ ଦୁକୂଳ ପରିଧାନ : ନାଲି ପାଟଶାଢ଼ୀ ପିନ୍ଧାଇବା
  11. ଅରୁଣ ଦୁକୂଳୋତ୍ତରୀୟ: ନାଲି ପାଟଓଢ଼ଣୀ ପକାଇବା
  12. ଆଲେପ ମଣ୍ଡପ ପ୍ରବେଶନ: ଚିତା ଘେନିବା ନିମିତ୍ତ ମଣ୍ଡପକୁ ନେବା
  13. ଆଲେପ ମଣିପୀଠୋପବେଶନ: ଚିତା ଘେନିବା ପାଇଁ ମଣ୍ଡପରେ ଚଉକିରେ ବସାଇବା
  14. ଚନ୍ଦନାଗୁରୁ କୁଙ୍କୁମ କର୍ପୁର କସ୍ତୁରୀ ଗୋରୋଚନା ଦିବ୍ୟଗନ୍ଧ ସର୍ବାଙ୍ଗୁଲେପନ: ବିଭିନ୍ନ ସୁଗନ୍ଧି ଦ୍ରବ୍ୟ ଦେହରେ ବୋଳିବା
  15. କେଶଭାର କାଳାଗୁରୁ ଧୂପ ଓ ମଲ୍ଲିକା ମାଳତୀ ଚମ୍ପକାଦି ସର୍ବର୍ତ୍ତୁ କୁସୁମମାଳା ଭୂଷଣ: କେଶକୁ ଧୂପଦ୍ୱାରା ସୁଗନ୍ଧିତ କରିବା ଓ ସବୁ ଋତୁର ଫୁଲର ମାଳ ପିନ୍ଧାଇବା
  16. ଭୂଷଣ ମଣ୍ଡପ ପ୍ରବେଶନ: ଅଳଙ୍କାର ପିନ୍ଧିବା ମଣ୍ଡପକୁ ନେବା
  17. ଭୂଷଣ ମଣିପୀଠୋବେଶନ: ଭୂଷଣ ମଣ୍ଡପର ଆସନରେ ବସାଇବା
  18. ନବମଣି ମୁକୁଟ: ନବରତ୍ନ ଖଚିତ ମୁକୁଟ ପିନ୍ଧାଇବା
  19. ଚନ୍ଦ୍ର ଶକଳା: ମୁଣ୍ଡରେ ଚନ୍ଦ୍ର ପଗଡ଼ୀ ପିନ୍ଧାଇବା
  20. ସୀମନ୍ତ ସିନ୍ଦୁର: ସିଁଥିରେ ଦିନ୍ଦୂର ଦେବା
  21. ତିଳକ ରତ୍ନ: କପାଳରେ ତିଳକ ଦେବା
  22. କାଳାଞ୍ଜନ: ଆଖିରେ କଜ୍ଜଳ ଦେବା
  23. କର୍ଣ୍ଣପାଳୀ ଯୁଗଳ: କାନରେ କୁଣ୍ଡଳ ବା କାପ ଦେବା
  24. ନାସାଭରଣ: ନାକରେ ଅଳଙ୍କାର ଦେବା
  25. ଅଧର ଯାବକ: ଓଠ ରଙ୍ଗାଇବା
  26. ଗ୍ରଥନ ଭୂଷଣ: ବେକରେ କଣ୍ଠି ଦେବା
  27. କନକ ଚିତ୍ର ପଦକ: ବେକରେ ସୁନା ପଦକ ଦେବା
  28. ମହା ପଦକ: ବେକରେ ବଡ଼ ପଦକ ଦେବା
  29. ମୁକ୍ତାବଳି: ବେକରେ ମୁକ୍ତାହାର ଦେବା
  30. ଏକାବଳି: ବେକରେ ଏକସରିଆ ହାର ଦେବା
  31. ଦେବଚ୍ଛନ୍ଦକ: ବେକରେ ବଡ଼ ହାର ଦେବା
  32. କେୟୁର ଯୁଗଳ ଚତୁଷ୍ଟୟ: ଚାରି ବାହୁରେ ଦୁଇସରିଆ ବାଜୁ
  33. ବଳୟାବଳି: ହାତର ଖଡୁ
  34. ଉର୍ମିକାବଳି: ଏକ ପ୍ରକାର ଖଡୁ
  35. କାଞ୍ଚୀଦାମ: ଗୋଠ
  36. କଟିସୂତ୍ର: ଅଣ୍ଟା ସୂତା
  37. ଶୋଭାଖ୍ୟାଭରଣ: ନଳୀ ଗୋଡ଼ର ଅଳଙ୍କାର
  38. ପାଦ କଟକ: ଗୋଡ଼ ଖଡୁ ବା ପାହୁଡ଼
  39. ରତ୍ନ ନୂପୁର: ଘାଗୁଡ଼ି ବା ବାଜେଣୀ ବା ବଳା
  40. ପଦାଙ୍ଗୁରୀୟକ: ଗୋଡ଼ ମୁଦି
  41. ଏକ କରେ ପାଶ: ପ୍ରଥମ ହସ୍ତରେ ଶସ୍ତ୍ର ପ୍ରଦାନ
  42. ଅନ୍ୟକରେ ଅଙ୍କୁଶ: ଦ୍ୱିତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
  43. ଇତର କରେ ଚାପ: ତୃତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
  44. ଅପର କରେ ବାଣ: ଚତୁର୍ଥ ହସ୍ତରେ ଶସ୍ତ୍ର ପ୍ରଦାନ ଓ ଅନ୍ୟ ହସ୍ତରେ ଆୟୁଧାରୋପଣ
  45. ଶ୍ରୀମନ୍ମାଣିକ୍ୟ ପାଦୁକା: ରତ୍ନ କଠାଉ
  46. ସ୍ୱସମାନ ବେଶାଭରଣ ଭୂଷିତ ଦେବତାମାନଙ୍କ ସହ ସିଂହାସନାରୋହଣ: ନାନାପ୍ରକାର ବେଶଭୂଷାରେ ସଜ୍ଜିତ ହୋଇଥିବା ଦେବତାମାନଙ୍କ ସଙ୍ଗେ ସିଂହାସନରେ ବସାଇବା
  47. ପରମଶିବ ପର୍ଯ୍ୟଙ୍କୋପବେଶନ: ପଲଙ୍କରେ ବସାଇବା
  48. ଅମୃତାଶନ ଚଷକ: ଅମୃତ ପାନପାତ୍ର
  49. ଆଚମନୀୟ: ଭୋଜନ ପୂର୍ବରୁ ଚଳୁପାଇଁ ଜଳ
  50. କର୍ପୂର ବିଟୀକା: କର୍ପୂରର ଗୁଳା
  51. ଆନନ୍ଦୋଲ୍ଲାସ ବିଳାସହାସ: ପ୍ରେମହାସ୍ୟ
  52. ମଙ୍ଗଳାରାତ୍ରିକ: ମଙ୍ଗଳ ଆଳତି
  53. ଶ୍ୱେତଚ୍ଛତ୍ର: ଧଳା ଛତା
  54. ଚାମର ଯୁଗଳ: ଦୁଇଟି ଚଅଁର
  55. ଦର୍ପଣ: ଆରସୀ
  56. ତାଳବୃନ୍ତ: ବିଞ୍ଚଣା
  57. ଗନ୍ଧ: ଚନ୍ଦନ
  58. ପୁଷ୍ପ: ଫୁଲ
  59. ଧୂପ: ଝୁଣା ଆଦିର ଧୂପ
  60. ଦୀପ: କର୍ପୂର,ଘିଅର ପ୍ରଦୀପ
  61. ନୈବେଦ୍ୟ: ଭୋଜ୍ୟ-ଭକ୍ଷ୍ୟ; ଖାଦ୍ୟ ଦ୍ରବ୍ୟ ଅର୍ପଣ
  62. ପୁନରାଚମନୀୟ: ଆଞ୍ଚୁଆ ପାଣି
  63. ତାମ୍ବୁଳ: ପାନ
  64. ବନ୍ଦନ: ସ୍ତୁତି

ଆଧାର[ସମ୍ପାଦନା]

  1. "Panchopachara Puja". blessingsonthenet.com. 2012. Retrieved 18 March 2012.
  2. "upacharas". salagram.net. 2004. Retrieved 25 December 2012. Sodasa Upachara
  3. ପୂର୍ଣ୍ଣଚନ୍ଦ୍ର ଓଡ଼ିଆଭାଷାକୋଷ, ପୃଷ୍ଠା: ୪୯୩୮

ଅଧିକ ତଥ୍ୟ[ସମ୍ପାଦନା]